ସେଲିବ୍ରେସନ୍

ହାଇଦ୍ରାବାଦ ସହରର ଉପକଣ୍ଠରେ ଗଢି ଉଠୁଥିବା ନୁଆଁ ସୋସାଈଟିରେ ସମ୍ବିତ ତା ସାଂଗ ମାନଂକ ସଂଗେ ରହେ । ଆଜି ୩୧ ଡିସେମ୍ବର୍ । ସେମାନେ ସମସ୍ତେ ବାହାରିଛନ୍ତି ଗୋଟିଏ ରିସୋର୍ଟରେ ଦିନ ବିତେଇବେ । ରାସ୍ତାଘାଟ ସବୁଠି ଲୋକଂକ ମିଜାଜ ଖୁସ । ଆଜି ସେଲିବ୍ରେସନର ଦିନ । ପୁରା ଦୁନିଆ ଖୁସି ମନଉଛି । 
ସମ୍ବିତର ନଜର ପଡିଲା, ତାଂକ ସୋସାଇଟିରେ ତିଆରି ହଉଥିବା ଗୋଟେ ନୁଆଁ ବିଲଡିଂଗ୍  ଉପରେ । ଦୁଇଜଣ ଲୋକ ବହୁତ ଉଚ୍ଚରେ କାନ୍ଥରେ ଝୁଲି ଚୂନ ଲିପୁଛନ୍ତି । ତାଂକ ପାଇଁ ଆଜି ଛୁଟି ନୁହଁ । ତାଂକ ପାଇଁ ପ୍ରତ୍ୟେକ ଦିନ ପେଟ ପୋଷିବା ଦିନ । ସମ୍ବିତର ମୁଁହ ଶୁଖିଗଲା । ତା ମନରେ ଗୁଡାଏ ପ୍ରଶ୍ନ ଉଂକି ମାରୁଥିଲା । ଆମର ଏଇ ପର୍ବ, ପାର୍ବଣ ,ଉତ୍ସବ ଉପରେ କଣ ଗରିବଙ୍କର କିଛି ଅଧିକାର ନାହିଁ ? ଆମର ସେଲିବ୍ରେସନ ତାଙ୍କ ଉପରେ ଅଟ୍ଟହାସ୍ୟ ନୁହେଁ ତ? Money doesn't buy you happiness. ଏଇଟା କଣ ମିଛ? 
--ଗୁप्तेs
3rd Jan 2019

Comments

Popular posts