ଅଭିନନ୍ଦନ
କଲ୍ୟାଣ ମଂଡପର ଦ୍ୱିତୀୟ ମହଲାରେ ବାହାଘର ରିସେପସନ ଚାଲିଛି । ବରକନ୍ୟା ଷ୍ଟେଜରେ ବସିଛନ୍ତି । ଦଳଦଳ ହୋଇ ଲୋକ ଆସୁଛନ୍ତି , ଅଭିନନ୍ଦନ ଜଣାଇ ଫୋଟୋ ଉଠେଇ ଯାଉଛନ୍ତି । ଗୀତ ଲାଗିଛି , "ଜହ୍ନରେ ତୋତେ ପୁନେଇ ରାଣ । ....ଆଉ ଘଡିଏ ରହିଯା ।" ବରକନ୍ୟା ପରସ୍ପର ଆଡେ ଚାଁହି ମୁରୁକି ହସିଦେଲେ ।
କଲ୍ୟାଣ ମଂଡପଠାରୁ ବହୁ ଦୂରରେ ଆଉ ଜଣେ ଯୁବକ ଘରଛାତ ଉପରେ ବସି ଗୀତ ଶୁଣୁଛି । ପାଖରେ ମଦ ବୋତଲଟିଏ ଅଛି । ଗୀତ ଲାଗିଛି, " ଚିରି ଦେବା ଆଗରୁ ଚିଠି ଥରେ ପଢି ଦେଖ, ଭୁଲି ଯିବା ଆଗରୁ ଆଉ ଥରେ ଭାବି ଦେଖ ।"
କାହାର ପୁଷମାସ , କାହାର ସର୍ବନାଶ । ଏ ତ ସଂସାରର ନିୟମ ।
--ଗୁप्तेs
14th Dec 2018

ha ha ha ha
ReplyDelete