ପ୍ରେମ ଓ ଧର୍ମ
ଗୋବର୍ଧନପୁର ବ୍ରାହ୍ମଣ ଶାସନ ଗାଁର ଶେଷ ମୁଣ୍ଡରେ ଥିବା ମନ୍ଦିର ପଛପଟ କୁଁଅରୁ ଆଜି ଏକ ପ୍ରେମୀଯୁଗଳଂକ ଗଳିତ ଶବ ମିଳିଛି । ଝିଅଟି ବ୍ରାହ୍ମଣ ପରିବାରର ଓ ପୁଅଟି ମଶାଣିରେ ରହୁଥିବା ଚଂଡାଳ ପରିବାରର । ଧର୍ମରେ କଣ ପ୍ରେମର ସ୍ଥାନ ନାହିଁ ? ଏ ପ୍ରଶ୍ନର ଉତ୍ତର ତ ମିଳିନାହିଁ, କିନ୍ତୁ ତାଂକ ଶବ ଯେଉଁ ମନ୍ଦିର ପରିସରରୁ ମିଳିଥିଲା, ସେଠି ପୂଜା ପାଉଛନ୍ତି ଏକ ପ୍ରେମୀଯୁଗଳ, ରାଧା ଓ କୃଷ୍ଣ ।
30th August 2018

Comments
Post a Comment