ପ୍ରାୟଶ୍ଚିତ
କିଛି ବର୍ଷ ତଳର କଥା । ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଥିବା ଟାଣୁଆ ନେତା ରମେଶ ବାବୁ ନିଜ ସହର ରାୟଗଡାକୁ ଆସିଥିଲେ । ରିଷ୍ଟ ଖଂଡନ ପାଇଁ ସେ ବୟୋଜ୍ୟେଷ୍ଠ ବ୍ରାହ୍ମଣ ରଘୁ ପୁରୋହିତଂକ ପରାମର୍ଶରେ ଅତି ଭୋର ସକାଳୁ ନାଗାବଳୀ ନଦୀରେ ଗାଧୋଇବା ପାଁଇ ଗଲେ । ନଦୀରେ ବୁଡ ପକାଇଲା ସମୟରେ ତାଂକ ଶରୀର ଜଳିଲା ଭଳି ଲାଗିଲା । ସେ ଛଟପଟ ହୋଇ ବାହାରକୁ ଆସିଗଲେ । କିଛି ଦିନ ପର୍ଯ୍ୟନ୍ତ ସେ ବିମାର ହୋଇ ପଡି ରହିଲେ । ତା ପରେ ବ୍ରାହ୍ମଣଙ୍କୁ ଡକାହେଲା । ରାଗରେ ଦାନ୍ତ କଡମଡ କରି ବ୍ରାହ୍ମଣଙ୍କୁ ପଚାରିଲେ "ଏମିତି କାଁହିକି କରିଲେ ଆପଣ?" ବ୍ରାହ୍ମଣ ଶାନ୍ତ ସ୍ୱରରେ ଉତ୍ତର ଦେଲେ, " ଏହାକୁ ହିନ୍ଦୁ ଧର୍ମରେ ପ୍ରାୟଶ୍ଚିତ କୁହାଯାଏ । କାରଖାନାର କେମିକଲ ପାଣିରେ ସବୁବେଳେ ସାଧାରଣ ଲୋକ ହିଁ କାହିଁକି ଜଳିବେ । ଥରେ ଅଧେ ନେତା ମାନେ ବି ଜଳିବା ଦରକାର । "
--ଗୁप्तेs
8th October 2018

Comments
Post a Comment