ପାଗଳ
ବିଷାକ୍ତ ମଦ ପିଇ ଲୋକେ ମରିବା ଘଟଣା ବହୁତ୍ ଶୁଣିଥିବେ ଆପଣ ; କିନ୍ତୁ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ହାଇ ପ୍ରୋଫାଇଲ୍ ସୋସାଇଟିରେ ହେଇଛି । ତାହା ପୁଣି ମନ୍ତ୍ରୀ ସାହେବଙ୍କ ପ୍ରାଇଭେଟ୍ ପାର୍ଟିରେ । ମୃତକଙ୍କ ଭିତରେ ମନ୍ତ୍ରୀ ସାହେବ ଓ ଆଉ ଦଶଜଣ ଲୋକ । ଆଉ କିଛି ବଡ଼ବଡ଼ିଆ ଲୋକ ହସ୍ପିଟାଲ୍ ରେ । ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ହେଲା । ଜଣା ପଡିଲା ଯେ ଏଥିରେ ଗୋଟେ ୱେଇଟରର ହାତ ଥିଲା ଯିଏକି ମାନସିକ ଭାରସାମ୍ୟ ହରାଇସାରିଛି ।
ସେ ବର୍ତ୍ତମାନ ଜେଲରେ । ତାର କିନ୍ତୁ ଦୁଃଖ ନାହିଁ, କାରଣ ସୁଖଦୁଃଖ ରେ ଫରକ୍ କରିବାର ମାନସିକ ସ୍ଥିତି ତାର ନାହିଁ ଓ ତା ପଛରେ କାନ୍ଦିବା ପାଇଁ ବି କେହି ନାହିଁ । ଗରୀବ ଘରର ପିଲା ସିଏ । ମାଁ ପିଲାଟି ଦିନରୁ ମରି ଯାଇଛି । ଏହିପରି ଏକ ହୁଚ ମଦ ଟ୍ରାଜେଡି ରେ ତାର ଦିନ ମଜୁରିଆ ବାପା ଆଉ ଦାଦା ପ୍ରାଣ ହରାଇଥିଲେ । ସଂଯୋଗର ବିଷୟ ଦେଖନ୍ତୁ, ଏହି ମନ୍ତ୍ରୀ ସାହେବ ସେତେବେଳେ ଜଣେ ବଡ଼ ମଦ ମାଫିଆ ଥିଲେ ।
--ଗୁप्तेs
9th Nov 2018

Comments
Post a Comment