ଗୁହାରି


ଜଗନ୍ନାଥ ମନ୍ଦିରର ସିଢି ଏକା ସାଂଗରେ ଦୁଇଜଣ ଚଢିଲେ । ଜଣେ ଯୁବକ ଓ ଜଣେ ମଧ୍ୟବୟସ୍କ ବ୍ୟକ୍ତି । ଯୁବକ ଜଣକ ଖାଲି ହାତରେ ଓ ମଧ୍ୟବୟସ୍କ ବ୍ୟକ୍ତିଜଣକ ବଡ ଥାଳିରେ ଫଳମୁଳ, ଫୁଲ ଧରିଥାନ୍ତି । 
ଯୁବକ ଜଣକ ଭଗବାନଂକୁ ନେହୁରା ହୋଇ କହିଲେ, "ପ୍ରଭୁ ଅବସ୍ଥା ସାଂଘାତିକ । ଘରୁ ବାହାରକୁ ବାହାରିବାକୁ ଲାଜ ଲାଗୁଛି । ଚାକିରୀ ଖଂଡେ କରେଇ ଦିଅ ପ୍ରଭୁ ।" 

ମଧ୍ୟବୟସ୍କ ବ୍ୟକ୍ତିଜଣକ ଭଗବାନଂକୁ ନେହୁରା ହୋଇ କହିଲେ, "ପ୍ରଭୁ , ମୋ ଚାକିରୀ ବଂଚେଇ ଦିଅ । ପଈସା ନେଇ ଚାକିରୀ ଦେବା ଘଟଣାର ତଦନ୍ତ ହେଲେ ମୋ ଚାକିରୀ ପଳେଇବ ପ୍ରଭୁ । ମୁଁ କାହାକୁ ମୁଁହ ଦେଖେଇ ପାରିବିନି ପ୍ରଭୁ । ଏ ସଂକଟରୁ ମୋତେ ରକ୍ଷା କର । "
ଭଗବାନ ଦ୍ୱିଧାରେ ପଡିଗଲେ,  କା ଗୁହାରି ଶୁଣିବେ ସେ । ଏପଟେ ଗୋହତ୍ଯା , ସେପଟେ ବ୍ରହ୍ମହତ୍ୟା । ଭଗବାନ ଗାଲରେ ହାତ ଦେଇ ବସି ପଡିଲେ ।

--ଗୁप्तेs
6th Dec 2018

Comments

Popular posts